Arogya GRAM

Arogya GRAM Get Cure From Diabetes,Hypertension,Thyroidism,Gastric,Obesity,Skin Disease ,Neurological Disorder etc

31/12/2023
Today at rambha high school surabhi program
09/10/2023

Today at rambha high school surabhi program

03/10/2023
https://youtu.be/1D2lXZLmZOA
27/09/2023

https://youtu.be/1D2lXZLmZOA

Ganjam samachar//27//09//2023// ଦିଲ୍ଲୀରେ ବିଶ୍ୱ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୌଠକ

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନତରଫରୁ ପ୍ରଥମ ବିଶ୍ବ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହେବ ନୂଆ ଦିଲ୍ଲୀ ୨...
27/09/2023

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ
ତରଫରୁ ପ୍ରଥମ ବିଶ୍ବ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହେବ
ନୂଆ ଦିଲ୍ଲୀ ୨୬/୯

ଓଡ଼ିଶା ଏକ ବିଶାଳ ଭାଷାଭିତ୍ତିକ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ ସ୍ୱାଧୀନ ଭୂଖଣ୍ଡ l ଉଡ୍ର ଶବ୍ଦରୁ ନିଷ୍ପନ୍ନ ଉଭୟ ଓଡ଼ିଶା ଓ ଓଡ଼ିଆ ଶବ୍ଦ ଦୁଇଟି ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରଥମ ପରିଚୟ l ଓଡ଼ିଶା ହେଉଛି ସ୍ୱାଧୀନତୋତ୍ତର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ l ପ୍ରାକ୍-ସ୍ୱାଧୀନତା କାଳରେ ୧୯୩୬ ମସିହା ଅପ୍ରେଲ୍ ୧ ତାରିଖର ଏକ ଶୁଭଲଗ୍ନରେ ଓଡ଼ିଶା ତା'ର ପୂର୍ବ ଗୌରବ ଓ ଅସ୍ମିତା ଫେରି ପାଇଥିଲା ଏବଂ ଅତୀତର ବିଖଣ୍ଡିତ ଓଡ଼ିଶାରେ ଅନେକାଂଶରେ ଭାଷାଭିତ୍ତିକ ପ୍ରଦେଶର ସ୍ୱର୍ଣ୍ଣିମ ମାନ୍ୟତା ଲାଭ କରିଥିଲା l ସ୍ୱତନ୍ତ୍ର ପ୍ରଦେଶ ଗଠନର ଇତି ମଧ୍ୟରେ ତେୟାଅଶୀ ବର୍ଷ ଅତିକ୍ରମ ହୋଇ ସାରିଲାଣି l ମାତ୍ର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଭଳି ବିକଶିତ ହେବା କଥା, ନିଜର ସ୍ୱତନ୍ତ୍ରତା ବିଶ୍ୱ ସମୁଦାୟଙ୍କ ଆଗରେ ଉପସ୍ଥାପନ କରିବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବ ହୋଇପାରିଲା ନାହିଁ l ଏହି ସ୍ଥବିରତାର ଏକମାତ୍ର କାରଣ : ଆମ ମାନଙ୍କ ମନରେ ଏକତାର ଓ ମାତୃଭୂମି ମାତୃଭାଷା ପ୍ରତି ପ୍ରେମ ର ଅଭାବ l
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାଭାଷୀଙ୍କ ମନ, ପ୍ରାଣ, ହୃଦୟ ଓ ଅନ୍ତଃକରଣରେ ଓଡ଼ିଆ ଅସ୍ମିତା ତଥା ସ୍ୱାଭିମାନ ସୃଷ୍ଟି ଅଭିଳାଷରୁ ଜନ୍ମ ନେଇଥିଲା 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ' ତରଫରୁ ଆମ ଭାଷା, ସାହିତ୍ୟ, ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ, ଗୀତ, ନାଟକର ଗୁଣାତ୍ମକ ବିକାଶ ସହ ଓଡ଼ିଶାର ସାମଗ୍ରିକ ସମୃଦ୍ଧି ଓ ଉତ୍ଥାନ କୁ ପ ଭାରତ ଭିତରେ ଓ ବାହାରେ ପ୍ରବାସୀ ରୂପେ ଅବସ୍ଥାନ କରୁଥିବା ଓଡ଼ିଆଭାଷୀଙ୍କ ସମେତ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭାଷାଗତ ଏକତା ସୂତ୍ରରେ ଏକତ୍ର କରିବା, ସେମାନଙ୍କ ମନରେ ଓଡ଼ିଆ ସ୍ୱାଭିମାନର ସ୍ୱର୍ଣ୍ଣିମ ସୁଷମା ଭରିଦେବା ଏବଂ ଓଡ଼ିଶାର ଭୂୟୋ ବିକାଶ ପାଇଁ ପ୍ରତିବଦ୍ଧତାର ସହ ପ୍ରୟାସ କରିବା ପ୍ରଥମ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ବହୁ ଓଡ଼ିଆ ସଂଗଠନ ସହୋଯୋଗରେ ନୂଆ ଦିଲ୍ଲୀ ଠାରେ ମହା ସମାରୋହରେ ଅୟୋଜନ କରିବା ନିମନ୍ତେ ପଞ୍ଚମ ପ୍ରସ୍ତୁତି ବୈଠକ ହଜ ଖସ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠରେ ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ତଥା ବିଶିଷ୍ଟ ସଂଗଠକ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ସମ୍ମିଳନୀର ସଫଳତା ନିମନ୍ତେ ଆଲୋଚନା ହୋଇଯାଇଛି। ସମ୍ମିଳନୀ ରେ ସାରା ବିଶ୍ବ ରୁ ପାଞ୍ଚ ହଜାର ପ୍ରତିନିଧି ଯୋଗଦେବା ସହ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ ସହ ଓଡ଼ିଶା ର ସାମୁହିକ ବିକାଶ, ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟ, ପର୍ଯ୍ୟଟନ ଇତ୍ୟାଦି ବିଷୟ ଉପରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ। ସଭ୍ୟ ସଂଗ୍ରହ ସହ ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ସଂଗଠନ ଓ ଓଡ଼ିଆ ପ୍ରେମୀ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯିବା।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡା ଯିବା ସହ ପ୍ରବାସୀ ଓଡ଼ିଆ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରାଯିବ।ପ୍ରସ୍ତୁତି ବୈଠକରେ ବିଶ୍ଵ ଓଡ଼ିଆ ସଂଗଠନ ର ସଭାପତି ଶ୍ରୀ କିଶୋର ଦିୱେଦି ,ଉଦୟ ଇଣ୍ଡିଆ ମୁଖ୍ୟ ଶ୍ରୀ ଦୀପକ କୁମାର ରଥ, ବରିଷ୍ଟ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ସଂଗଠୀକ। ଶ୍ରୀମତୀ ରିତା ପାତ୍ର, ସହିଦ। ତୟବ, ମସୁମୁସୂଜ ଜମାନ,ମନସ୍ମିତା ଯେନା, ତପସ୍ପିନି ନାୟକ,କାବେରୀ ବେହେରା, ଶ୍ରୀ ଉମାକାନ୍ତ ଦାସ, ରଶ୍ମିତା ସାବତ, ସଂଯୁକ୍ତା ପାତ୍ର, ଶଙ୍କର୍ଷଣ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାବତ, ରାଜେଶ ପ୍ରଧାନ, ମହେଶ୍ୱର ପରିଡ଼ା, ସନ୍ତୋଷ କୁମାର ଦାସ, ଗିରିଧର ନାୟକ, ଶ୍ରୀକାନ୍ତ ସାବତ, ସ୍ମିତା ଦାସ, ଅର୍ଚ୍ଚନା ପରିଡ଼ା ,ଉମେଶ ସାହୁ ସମେତ ବହୁ ସଂଗଠକ , ବୁଦ୍ଧିଜୀବୀ ସଦସ୍ୟ ସଦସ୍ୟା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦିଲ୍ଲୀ ଶାଖା ସଂଯୋଜୋଗ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ୍ ପ୍ରଦାନ କରିବା ସହ ସାହୋଜୋଗ କାମନା କରିଥିଲେ।

Address

Berhampur
760010

Alerts

Be the first to know and let us send you an email when Arogya GRAM posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Arogya GRAM:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram